କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ରକୁ ହତ୍ୟା କଲା ମା’

କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ରକୁ ହତ୍ୟା କଲା ମା’

ଜାତୀୟ ଖବର

ଥିରୁଅନନ୍ତପୁରମ: ମାତ୍ର ୨୭ ଦିନ ତଳେ ଜନ୍ମ ନେଦଇଥିବା ଶିଶୁ ପୁତ୍ରକୁ ହତ୍ୟା କରିଛି ମା’। ତାର ଅପରାଧ ଯେ ସେ ସେ ରାହା ଧରି କାନ୍ଦିଲା। କାନ୍ଦିବାରୁ  ବରିକ୍ତ ପ୍ରକାଶ କରି ମା’ ଜଣକ ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛି।ଇୟଗ୍ଦ ଭଚ୍ଚ

ଜନ୍ମ ହେବା ଦିନ ଠାରୁ ଶିଶୁପୁତ୍ରଟି ଅସୁସ୍ଥ ରହିଥିଲା। ଏଥିପାଇଁ ସେ ନିୟମିତ କାନ୍ଦୁଥିଲା। ଏଥିରେ ରାଗି ଯାଇ ତା’ର ୨୧ ବର୍ଷୀୟ ମା’ ଏପରି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍ କହିଛି। କେରଳର ପାଥନମଥିଟ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଡିସେମ୍ବର ୯ରେ ମା’ ଜଣଙ୍କ ଶିଶୁପୁତ୍ର ସହ ଏପରି କାଣ୍ଡ ଘଟାଇଥିଲେ। ଏହାପରେ ତାକୁ ଦିନ ପ୍ରାୟ ୧୧ଟା ବେଳେ ପାଥନମଥିଟ୍ଟାରେ ଥିବା ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତର ତା’ର ଚିକିତ୍ସା କରିବା ସହ ମେଡିସିନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ସେହିଦିନ ଅପରାହ୍ନ ସମୟରେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାକୁ ତାଲୁକା ହସ୍ପିଟାଲକୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତା’ର ମୃତ୍ୟୁ ଘଟିଛି।

୧୦ ତାରିଖରେ ଶିଶୁଟିର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ମୁଣ୍ଡର ପଛ ପାଖରେ ଗଭୀର ଆଘାତ ଲାଗିବା ଯୋଗୁ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଘଟଣା ପରେ ପୁଲିସ୍ ଶିଶୁପୁତ୍ରର ବାପାମା’ଙ୍କ ସହ କଥା ହୋଇଥିଲା। ଏହି ସମୟରେ ହତ୍ୟାକାରୀ ମା’ର ମାନସିକ ସ୍ଥିତି ଠିକ ନଥିବା ଜାଣିବାକୁ ପାଇଥିଲା।

ତଥାପି ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୧ ବର୍ଷୀୟ ମହିଳା ଜଣଙ୍କ ଯେଉଁ ବ୍ୟକ୍ତିଙ୍କ ସହ ରହୁଥିଲେ ସେ ପୂର୍ବରୁ ବିବାହିତ। ଏକଥା ଜାଣି ମଧ୍ୟ ମହିଳା ଜଣଙ୍କ ତାଙ୍କ ସହ ଫାଦର ଜୋଜି ଥୋମାସଙ୍କ ଆଶ୍ରମରେ ରହୁଥିଲେ। ହେଲେ ଉଭୟଙ୍କ ବିବାହ ହୋଇ ନଥିଲା। ଆଶ୍ରମରେ ମହିଳା ଜଣକ ରୋଷେୟା ଭାବେ କାର୍ୟ୍ୟ କରୁଥିଲା। ଏଥିସହ କୋଟ୍ଟାୟମରେ ଥିବା ଗୋଟିଏ ଘରୋଇ ଇନିଷ୍ଟିଚ୍ୟୁଟରେ ପଢ଼ୁଥିଲା। ରୋଗଗ୍ରସ୍ତ ଶିଶୁପୁତ୍ର ତା’ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବାରୁ ସେ ଏପରି କାଣ୍ତ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Powered by Froala Editor