ଆମେରିକାରେ କରୋନା ମୃତ୍ୟୁ ୮ ଲକ୍ଷ ପାର

ଆମେରିକାରେ କରୋନା ମୃତ୍ୟୁ ୮ ଲକ୍ଷ ପାର

ଜାତୀୟ ଖବର

ୱାଶିଂଟନ: ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି। ବିଶ୍ୱରେ କରୋନା ଯୋଗୁ ସର୍ବାଧିକ ଲୋକ ଆମେରିକାରେ ହିଁ ପ୍ରାଣ ହରାଇଛନ୍ତି।  ଆମେରିକାରେ କରୋନା ବିରୋଧୀ ଟିକାକରଣ ଜୋରଦାର କରାଯାଇଥିଲେ ହେଁ କେବଳ ୨୦୨୧ରେ ୪,୫୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକା ନେଇ ନଥିଲେ। ଦେଶରେ କରୋନା ଜନିତ ମୃତ୍ୟୁ ୮ ଲକ୍ଷ ପାର କରିଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ବିବୃତି ଜାରି କରିଛନ୍ତି। ସେ ଏଥିରେ କହିଛନ୍ତି, ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି।

ଏହି ଦୁଃଖଦ ଦିନରେ ଆମେ ପ୍ରାଣ ହରାଇଥିବା ସମସ୍ତଙ୍କୁ ମନେପକାଉଛି। ଏଥିସହ ସେମାନଙ୍କ ପ୍ରିୟଜନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଆମେରିକା ସରକାରଙ୍କ ତଥ୍ୟ ଅନୁଯାୟୀ, ଟିକାର ଡବଲ ଡୋଜ୍ ନେଇ ଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ୧୪ ଗୁଣ ଅଧିକ। ଆମେରିକା କରୋନାର ୪ଟି ୱେଭର ସମ୍ମୁଖୀନ ହୋଇ ସାରିଲାଣି। ଡେଲ୍ଟା ଭାରିଏଣ୍ଟ ଆମେରିକାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ଅଧିକ ଲୋକ ପ୍ରାଣ ହରାଇବା ସହ ସଂକ୍ରମିତ ହୋଇଥିଲେ। ଏବେ ସୁଦ୍ଧା ଦେଶର ୬୦% ଲୋକ ହିଁ କରୋନା ଟିକାର ଡବଲ ଡୋଜ୍ ନେଇ ପାରିଛନ୍ତି। ବିଶ୍ୱର ଅନ୍ୟ ବିତ୍ତଶାଳୀ ରାଷ୍ଟ୍ର ତୁଳନାରେ ଆମେରିକାର ଏହି ସଂଖ୍ୟା ବେଶ କମ। 

Powered by Froala Editor