ନୂଆଦିଲ୍ଲୀ: ଆଜିଠୁ ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ । ୟୁନାଇଟେଡ ଫୋରମ ବ୍ୟାଙ୍କ୍ ସଂଗଠନ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରାଯାଇ ଆଜି ଓ କାଲି ବନ୍ଦ ଡାକରା ଦେଇଛି ସଂଘ। ଆଜିଠାରୁ ସରକାରଙ୍କ ବିରୋଧରେ ପ୍ରାୟ ୯ ଲକ୍ଷ ବ୍ୟାଙ୍କ କର୍ମଚାରୀ ସ୍ବର ଉଠାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଧର୍ମଘଟ ଯୋଗୁଁ କୋଟି କୋଟି ଗ୍ରାହକ ବ୍ୟାଙ୍କ ସେବାରୁ ପ୍ରଭାବିତ ହେବେ।
ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କର ଘରୋଇକରଣ ବିରୋଧରେ ଦେଶବ୍ୟାପୀ ଡିସେମ୍ବର ୧୬ ଓ ୧୭ ତାରିଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ (ୟୁଏଫବିଆଇ ସଂଯୋଜକ ମହେଶ ମିଶ୍ରା ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ସାର୍ବଜନିକ ବ୍ୟାଙ୍କର ୪୦୦୦ରୁ ଅଧିକ ଶାଖାର କର୍ମଚାରୀମାନେ ଆନ୍ଦୋଳନରେ ଯୋଡ଼ି ହେବେ।
ମହେଶ ମିଶ୍ରା କହିଛନ୍ତି ଯେ, ସରକାର ସଂସଦର ଚଳିତ ଶୀତଅଧିବେଶନରେ ଏଭଳି ଆଇନ ଆଣିବାକୁ ଯାଉଛନ୍ତି, ଯାହାକି ଭବିଷ୍ୟତରେ କୌଣସି ବି ସରକାରୀ ବ୍ୟାଙ୍କ ଘରୋଇକରଣ କରିବାର ରାସ୍ତା ସଫା ହୋଇଯିବ। ଘରୋଇକରଣ ହେବା ଫଳରେ କର୍ମଚାରୀମାନେ ଅଧିକ ଅସୁବିଧାର ସାମ୍ନା କରିବେ।
Powered by Froala Editor
