ନୂଆଦିଲ୍ଲୀ: କାଶ୍ମୀର କୁଲଗାମରେ ରେଡୱାନି ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ ହୋଇଛନ୍ତି। କୁଲଗାମର ରେଡୱାନି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତୁ୍ୟ ଘଟିଛି । ସେମାନଙ୍କଠାରୁ ସେମାନଙ୍କ ନିକଟରୁ ରାଇଫଲ ଜବତ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୁଲଗାମର ରେଡୱାନି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ଏବେ ବି ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି । ତେଣୁ ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ଅପରେସନ ଚଳାଇଛନ୍ତି ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଶ୍ରୀନଗରେ ଆତଙ୍କବାଦୀମାନେ ପୁଲିସ୍ ବସ୍ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ପୁଲିସ୍ କର୍ମଚାରୀ ସହିଦ ହେବା ସହ ୧୧ ଜଣ ଆହତ ହୋଇଥିଲେ ।
Powered by Froala Editor
