ଭୁବନେଶ୍ୱର: ରାଜ୍ୟର ପ୍ରବଳ ଶୀତ ଲହର ଜାରି ରହିଛି। ପ୍ରବଳ ଶୀତ ହେଉଛି । ଅଧିକ ମାତ୍ରାରେ ଶୀତର ଲହରି ଯୋଗୁ ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡିଶାକୁ ପ୍ରଭାହିତ ହେବାରୁ ଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ୟ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଫଳରେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଆହୁରି ଶୀତ ହେବ ବୋଲି କୁହାଯାଇଛି । କନ୍ଧମାଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟ ଧରଣର କୁହୁଡି ପଡୁଥିବା ଦେଖିବାକୁ ମିଳୁଛି ।
ଏହା ଭିତରେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଂବାଡିରେ ଶୀତର ମଜା ନେବାକୁ ପର୍ୟ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ପ୍ରକୃତି ରାଣୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ପର୍ୟ୍ୟଟକ ।
Powered by Froala Editor
