ଅଧିନାୟକ ପଦକୁ ଫେରିଲେ ଷ୍ଟିଭ୍‌ ସ୍ମିଥ୍

ଅଧିନାୟକ ପଦକୁ ଫେରିଲେ ଷ୍ଟିଭ୍‌ ସ୍ମିଥ୍

ଜାତୀୟ ଖବର

ଆଡିଲେଡ: ବଲ୍‌ ଟାମ୍ପରିଂ ଘଯଣାରେ ଅଧିନାୟକ ପଦ ହରାଇଥିବା ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ପୁଣି ଅଧିନାୟକ ପଦ ଫେରି ପାଇଛନ୍ତି।  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍ର ଦ୍ୱିତୀୟ ମ୍ୟାଚ୍‌ରେ ସେ ଅଧିନାୟକ ରହିବେ ବୋଲି ଜଣାପଡ଼ିଛି। ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କମିନ୍ସ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି। କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବାରୁ ଏହି ମ୍ୟାଚ୍ରେ ସ୍ମିଥ୍‌ ଏହି ପଦ ସମ୍ଭାଳିବେ। ୨୦୧୮ ମସିହା ବଲ ଟାମ୍ପରିଂ ଘଟଣା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ଏବେ ଦୀର୍ଘ ୩ ବର୍ଷ ପରେ ତାଙ୍କୁ ଅଷ୍ଟ୍ରେଲିଆ ଦଳର କାମଚଳା ଅଧିନାୟକ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଶ୍ୱର ନମ୍ବର ୧ ଟେଷ୍ଟ ବୋଲର ପାଟ କମିନ୍ସ ଆଡିଲେଡର ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଖ ଟେବୁଲରେ ବସିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ କମିନ୍ସର ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ଆଡିଲେଡ ପ୍ରଶାସନର ନିୟମ ଅନୁଯାୟୀ, ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ୭ ଦିନ ସଙ୍ଗରୋଧରେ ରହିବେ। ତେଣୁ କମିନ୍ସ ମଧ୍ୟ ଏବେ ୭ ଦିନ ଆଇସୋଲେସନରେ ରହିବେ।


Powered by Froala Editor