ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ

ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ

ରାଜ୍ୟ ଖବର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠର ଦାରୁଠେଙ୍ଗ ଠାରେ ସାଂସଦ ମୁନ୍ନା ଖାଁଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ଏହି ଅଣ୍ଡାମାଡ ସହ ତାଙ୍କୁ ଛାତ୍ର କଂଗ୍ରେସର କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି । ମୁନା ଖାଁଙ୍କ ସହ ପୂର୍ବତନ ସ୍ଥାନୀୟ ବିଧାୟକ ବଳବନ୍ତ ରାୟଙ୍କୁ ମଧ୍ୟ ଛାତ୍ର କଂଗ୍ରେସ୍ ପକ୍ଷରୁ ବିରୋଧ କରାଯାଇଛି । 

ସୂଚନା ଅନୁସାରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥକାର୍ଡ ବାଣ୍ଟିବା କାର୍ୟ୍ୟକ୍ରମରେ ଯୋଗ ଦେବାକୁ ସ୍ଥାନୀୟ ବିଧାୟକ ବିଭୁତି ବଳବନ୍ତ ରାୟ ଓ ସାଂସଦ ମୁନା ଖାଁ ଯାଉଥିବା ସମୟରେ ଛାତ୍ର କଂଗ୍ରେସ୍ ଏହି ବିରୋଧ କରିଥିଲା । ସରକାରୀ କାର୍ୟ୍ୟକୁ ଦଳୀୟ ଭିତ୍ତିରେ କରାଯାଉଥିବା ଅଭିଯୋଗ କରି ସାଂସଦ ମୁନା ଖାଁଙ୍କ ଗାଡିକୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରି ନାରାବାଜି କରିଥିଲେ ଛାତ୍ରକଂଗ୍ରେସର କର୍ମୀମାନେ ।

ଏଥିପାଇଁ ଘଟଣା ସ୍ଥଳରେ ବିଜେଡି କର୍ମୀ ଓ ଛାତ୍ରକଂଗ୍ରେସ ମୁହାଁମୁହିଁ ହୋଇଥିଲେ । ବିଜେଡି ଓ ଛାତ୍ରକଂଗ୍ରେସ କର୍ମୀ ମାନେ ଧସ୍ତାଧସ୍ତି ହେବାରୁ ଜଣେ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି। 

Powered by Froala Editor