ବିଧାନସଭାରେ ଏ କ’ଣ କହିଦେଲେ କଂଗ୍ରେସ ବିଧାୟକ?

ବିଧାନସଭାରେ ଏ କ’ଣ କହିଦେଲେ କଂଗ୍ରେସ ବିଧାୟକ?

ଜାତୀୟ ଖବର

ବେଙ୍ଗାଲୁରୁ: ବିଧାନସଭା ଭଳି ପବିତ୍ର ଗୃହରେ ମହିଳାଙ୍କ ନାଁରେ ଅପଶବ୍ଦ ପ୍ରୟୋଗ କରି ଅଡ଼ୁଆରେ ପଡ଼ିଛନ୍ତି କର୍ଣ୍ଣାଟକର କଂଗ୍ରେସ ବିଧାୟକ। ସେ ଗୃହରେ ଦୁଷ୍କର୍ମରୁ ବର୍ତ୍ତି ନ ପାରିଲେ, ତଳେ ଶୋଇ ଏହାର ମଜା ନେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ସେ ଏହା କହଥିଲେ। ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ବର୍ଷା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ତଥ୍ୟ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିଲେ।

ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ସନ୍ଧ୍ୟା ୬ଟା ମଧ୍ୟରେ ଶେଷ କରିବାକୁ ଚାହୁଁଥିଲେ। କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଚାଷୀମାନେ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା କରିବାକୁ କଂଗ୍ରେସ ବିଧାୟକମାନେ କହିଥିଲେ। ତେବେ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ, ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା’ହେଲେ ଅଧିବେଶନ କେମିତି ସରିବ? ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣମାନେ ଯାହା କହିବେ ସେଥିରେ ହଁ ଭରିବାକୁ ପଡ଼ିବ। ଠିକ୍ ଅଛି। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର? ମୁଁ ଏବେ ଭାବୁଛି ଯେ ମୋତେ ସ୍ଥିତିକୁ ଉପଭୋଗ କରିବା ଦରକାର?”

ଏହାପରେ କଂଗ୍ରେସର ବରିଷ୍ଠ ବିଧାୟକ କେଆର ରମେଶ ଏହି ମନ୍ତବ୍ୟକୁ ଦୁଷ୍କର୍ମ ସହ ତୁଳନା କରିଥିଲେ। ସେ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “କଥାରେ ଅଛି ଯେତେବେଳେ ଆପଣ ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତଳେ ଶୋଇ ପଡ଼ିବେ ଓ ଏହାକୁ ଉପଭୋଗ କରିବା ଉଚିତ। ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ରହିଛନ୍ତି।” ଏହା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାରେ ଲାଗିଥିଲେ। ବିଧାୟକଙ୍କ ଏହି ମନ୍ତବ୍ୟ ପରେ ବିଜେପି ନେତାମାନେ ଏହାର ତୀବ୍ର ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ଆରମ୍ଭ କରି ବିିଜେପି ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାର ଦୃଢ଼ ବିରୋଧ କରିଛନ୍ତି। 

Powered by Froala Editor