ଧରାପଡ଼ିଲେ ୮୦ କୁକୁରଙ୍କ ୨ ହତ୍ୟାକାରୀ ମାଙ୍କଡ଼

ଧରାପଡ଼ିଲେ ୮୦ କୁକୁରଙ୍କ ୨ ହତ୍ୟାକାରୀ ମାଙ୍କଡ଼

ଜାତୀୟ ଖବର

 ମୁମ୍ବାଇ: କୁକୁର ଛୁଆଙ୍କୁ ହତ୍ୟା କରୁଥିବା ୨ ମାଙ୍କଡକୁ କାବୁ କଲା ବନବିଭାଗ । ନାଗପୁର ବନବିଭାଗ କର୍ମଚାରୀମାନେ ଏମାନଙ୍କୁ ଶନିବାର ଦିନ ବିଡ ଅଞ୍ଚଳରୁ ଧରିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ଏହି ହନୁ ମାଙ୍କଡମାନଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇ ନିକଟସ୍ଥ ଅରଣ୍ୟରେ ଛାଡ଼ି ଦିଆଯିବ।

ସୂଚନା ମୁତାବକ ମହାରାଷ୍ଟ୍ରର ବିଡ୍ ଅଞ୍ଚଳରେ ଗତ ୩ ମାସ ହେବ ହନୁମାଙ୍କଡ଼ମାନେ ୮୦ରୁ ଅଧିକ କୁକୁର ଛୁଆ ଗୁଡ଼ିକୁ ଧରି ଗଛ କିମ୍ବା ଛାତରୁ ଫିଙ୍ଗି ମାରି ଦେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଥିଲା।

ଗତ କିଛି ଦିନ ତଳେ କିଛି କୁକୁର ଘେରି ଯାଇ ଏକ ଶିଶୁ ମାଙ୍କଡକୁ ମାରି ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ମାଙ୍କଡ଼। ଏହାପରେ ମାଙ୍କଡ଼ ଗୋଷ୍ଠୀ ଆତଙ୍କ ଆରମ୍ଭ କରିଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଗ୍ରାମବାସୀଙ୍କ କହିବା ନୁଯାୟୀ, ମାଙ୍କଡମାନେ କୁକୁର ଛୁଆକୁ  ଖୋଜି ଖୋଜି ଉଠାଇ ନେଉଛନ୍ତି। ପରେ ଗଛ କିମ୍ବା ଉଚ୍ଚ କୋଠା ଉପରୁ ଫିଙ୍ଗି ଦେଉଛନ୍ତି। ନିକଟରେ ମଜଲଗାଓଁରେ ସମାନ ଚିତ୍ର ଦେଖିବକା ମିଳିଛି।

ଉକ୍ତ ଗାଁରେ ପାଖାପାଖି ୫୦୦୦ ଲୋକ ରୁହନ୍ତି।  କିନ୍ତୁ ଏହି ଗାଁରେ ଗୋଟିଏ ବି କୁକୁର ଛୁଆ ନାହିଁ। ଗ୍ରାମବାସୀମାନେ ମଧ୍ୟ କୁକୁରମାନଙ୍କୁ ବଞ୍ଚାବାକୁ ଚେଷ୍ଟା କରି ମାଙ୍କଡ଼ଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି। କେତେକ ସ୍ଥାନୀୟ ଲୋକ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ଏମିତିକି ବିଡରେ ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାମାନଙ୍କୁ ମାଙ୍କଡ଼ମାନେ ଟାର୍ଗେଟ କରିବା ଆରମ୍ଭ କରିଥିଲେ।


Powered by Froala Editor