କଂଗ୍ରେସ ପରାଜୟ ସମୀକ୍ଷା : କେଉଁ ନେତାଙ୍କୁ ମିଳିଲା ଦାୟିତ୍ୱ ?

କଂଗ୍ରେସ ପରାଜୟ ସମୀକ୍ଷା : କେଉଁ ନେତାଙ୍କୁ ମିଳିଲା ଦାୟିତ୍ୱ ?

ରାଜନୀତି

ଭୁବନେଶ୍ୱର : ୨୦୧୯ କଂଗ୍ରେସ ପାଇଁ ଅଭିଶପ୍ତ ବର୍ଷ । କଂଗ୍ରେସ ଏମିତି ଚରମ ବିପର୍ଯ୍ୟୟର ସାମ୍ନା କରିଛି ଯାହା କୌଣସି କଂଗ୍ରେସ ନେତା ବି କଳନା କରିନଥିବେ ।ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ୩ ଜଣିଆ ସଦସ୍ୟ ବିଶିଷ୍ଟ ୬ଟି ସବ କମିଟି ଗଠନ କରିଛନ୍ତି । ପ୍ରତ୍ୟେକ ସବ୍ କମିଟିରେ ଜଣେ ଲେଖାଏଁ ଆବାହକ ରହିଥିବା ବେଳେ ଦୁଇଜଣ ସଦସ୍ୟ ଅଛନ୍ତି । ସବ୍କମିଟି-୧ରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆବାହକ ରହିଥିବା ବେଳେ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ ଓ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଦସ୍ୟ ଅଛନ୍ତି । ଏହି ସବ କମିଟି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତା, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତା, ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ପରାଜୟର କାରଣ ସଂଗ୍ରହ କରି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଜଳିତ ମାସ ୩୦ ତାରିଖ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ । ସେହିପରି ସବ କମିଟି-୨ରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆବାହକ ଦାୟିତ୍ୱ ତୁଲାଉଥିବା ସହ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପେତ୍ରୀ ବନ୍ଦିତା ପରିଡ଼ାଙ୍କୁ ସଦସ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସବକମିଟି ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧର୍ା, ନୟାଗଡ଼ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରିବ । ସବ୍କମିଟି-୩ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆବାହକ ଥିବା ବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ପିସିସି ଉପସଭାପତି ଶିବାନନ୍ଦ ରାୟ ସଦସ୍ୟ ଅଛନ୍ତି । ତିନି ନମ୍ବର ସବ୍କମିଟି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ସୋନପୁର ଓ ବୌଦ୍ଧଜିଲ୍ଲା ଗସ୍ତ କରି ପରାଜୟର କାରଣ ଖୋଜିବ । ସବକମିଟି-୪ ରେ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କୁ ଆବାହକ ନିଯୁକ୍ତ କରାଯାଇଛି । ଏହା ସହିତ ଏହି କମିଟିରେ ସଦସ୍ୟ ଦାୟିତ୍ୱ ତୁଲାଇବେ କଂଗ୍ରେସ ନେତା ସତ୍ୟଶିବ ଦାସ ଓ ପିସିସି ସାଧାରଣ ସମ୍ପାସକ ଜ୍ଞାନଦେବ ବେହୁରା । କମିଟି ଖୁବଶୀଘ୍ର ବରଗଡ଼, ସମ୍ବଲପୁର ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବ । ସବକମିଟି-୫ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସବକମିଟିର ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଓ ଭଦ୍ରକ ଜିଲ୍ଲ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ସଦସ୍ୟ ଭାବେ କାର୍ଯ୍ୟ କରିବେ । କଂଗ୍ରେସର ପରାଜୟର କାରଣ ଜାଣିବାକୁ ଏହି ସବକମିଟି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବ । ସେହିପରି ସବକମିଟି-୬ ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆବାହକ ଥିବା ବେଳେ ପିସିସି ଉପସଭାପତି ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସଦସ୍ୟ ଅଛନ୍ତି । ଏହି ସବକମିଟି ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ ଓ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ଦଳର ପରାଜୟର ବିଭିନ୍ନ କାରଣ ଅନୁଧ୍ୟାନ କରି ଚଳିତ ମାସ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।