ନାକେଦମ କଲା ଚୋର,ଗ୍ୟାସ୍ ସିଲିଣ୍ଡରରେ ଲଗାଇଦେଲା ନିଆଁ

ନାକେଦମ କଲା ଚୋର,ଗ୍ୟାସ୍ ସିଲିଣ୍ଡରରେ ଲଗାଇଦେଲା ନିଆଁ

ରାଜ୍ୟ ଖବର

 ବଲାଙ୍ଗିର: ନାକେଦମ କରିଛି ଚୋର। ଧରା ପଡ଼ିଯିବା ଭୟରେ କେତେବେଳେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲଗାଇ ଦେଲା ତ କେତେବେଳେ ହାଡ଼ଭଙ୍ଗା ଶୀତରେ ପାଣି ଟାଙ୍କି ଭିତରେ ପଶିଗଲା।  ଶେଷରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲା । ଏପରି ଅଭାବନୀୟ କାଣ୍ଡ ଗତକାଲି ବଲାଙ୍ଗିର ଜିଲ୍ଲା ତୁଳସୀନଗରପଡାରେ ଘଟିଛି। ତୁଳସୀନଗରପଡା ପୁଲିସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ  ତୁଳସୀନଗରପଡାରେ ନିଜ ପରିବାର ସହ ରୁହନ୍ତି।  ବିରାଟ କେଶରୀ ସନ୍ଧ୍ୟା ଭ୍ରମଣରେ ଯାଇଥିବା ବେଳେ ତାଙ୍କ ପତ୍ନୀ, ପୁଅ ଭୁବନେଶ୍ୱର ଯାଇଥିଲେ। ଫଳରେ ଘରେ ତାଲା ପଡ଼ିଥିବା ଦେଖି ଚୋରଜଣକ ଘରେ ପଶିଥିଲା। ବିରାଟ କେଶରୀ ଘରକୁ ଫେରି ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ କେହି ପଶିଥିବା ସନ୍ଦେହ କରି ପାଖ ପଡୋଶୀଙ୍କୁ ଡାକିଥିଲେ । ଘର ବାହାରେ ପ୍ରବଳ ଲୋକ ଭିଡ଼ ଦେଖି  ଚୋର, ହଠାତ ରୋଷେଇ ଘରୁ ସିଲିଣ୍ଡର ଗ୍ୟାସ ଆଣି ସେଥିରେ ନିଆଁ ଲଗାଇଦେଇଥିଲା । ମାତ୍ର ନିକଟରେ ରିଜର୍ଭ ଅଫିସ ଏବଂ ଫାୟାର ଅଫିସ ଥିବାରୁ ସଂଗେ ସଂଗେ ପୁଲିସ୍ ଏବଂ ଫାୟାର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତା’ପରେ ଘର ଭିତରରେ ପୁଲିସ୍ ଓ ଫାୟାର କର୍ମଚାରୀ ପଶିଥିଲେ । ଏହାପରେ ନିଜକୁ ବଞ୍ଚାଇବା ପାଇଁ ପ୍ରବଳ ଥଣ୍ଡା ସତ୍ତ୍ୱେ ଚୋରଜଣକ ବାଥରୁମର ପାଣି ଟାଙ୍କି ଭିତରେ ଛପି ଯାଇଥିଲା । ଏହାପରେ ଖୋଜାଖୋଜି କରି  ପାଣିଟାଙ୍କି ଭିତରୁ ଚୋରକୁ କାବୁ କରିଥିଲା ପୁଲିସ୍ । 


Powered by Froala Editor