ଘୁଂଚିବ ପଂଚାୟତ ନିର୍ବାଚନ, ଜାଣନ୍ତୁ କେବେ ?

ଘୁଂଚିବ ପଂଚାୟତ ନିର୍ବାଚନ, ଜାଣନ୍ତୁ କେବେ ?

ରାଜ୍ୟ ଖବର

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ଘୁଂଚିବ  । ଏନେଇ ସଂକେତ ମିଳିଛି  । ପଂଚାୟତ ସଂରକ୍ଷଣ ରଦ୍ଦ ହୋଇଥିବାରୁ ଏଭଳି ଅନୁମାନ କରାଯାଉଛି  ।

ଚଳିତ ସପ୍ତାହରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବବୋଲି ଆକଳନ କରାଯାଉଥିଲା  । ଫଳରେ ୨୦୧୭ ଭଳି ଏଥର ମଧ୍ୟ ଫେବୃଆରୀରେ ନିର୍ବାଚନ ହେବ ବୋଲି କୁହାଯାଉଥିଲା  । ଏନେଇ ରାଜ୍ୟ ସରକାର ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେଇ ସାରିଥିଲେ  । ଯେକୌଣସି ମୁହୂର୍ତରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବବୋଲି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟ ଗସ୍ତ କରି ସ୍ମାର୍ଟ କାଡର଼୍ ବାଂଟିଥିଲେ  । ସେହିପରି ଗତକାଲି କ୍ୟାବିନେଟରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରି ସାରିଛନ୍ତି  । ପ୍ରଶାସନିକ ସ୍ତରରେ ମଧ୍ୟ ଚଳିତ ସପ୍ତାହରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବବୋଲି ଚର୍ଚ୍ଚା ହେଉଥିଲା  ।

କିନ୍ତୁ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଥିବା ସଂରକ୍ଷଣକୁ ରବ୍ଦ କରିଦେଇଥିଲେ  । ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ସାନି ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି ମଧ୍ୟ ହାଇକୋର୍ଟକୁ ଅବଗତ କରାଇଛନ୍ତି  । ଫଳରେ ଆସନ୍ତା ଡିସେମ୍ବର ୨୭ରେ ରାଜ୍ୟ ସରକାର ସଂରକ୍ଷଣ ନେଇ ଏକ ସାନି ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି  । ଜାନୁଆରୀ ୩ରେ ସଂରକ୍ଷଣ ସଂକ୍ରାନ୍ତରେ ଥିବା ଆପତି ଅଭିଯୋଗର ଶୁଣାଣୀ କରାଯିବ  । ଜାନୁଆରୀ ୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ  । ଜାନୁଆରୀ ୭ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ସଂକ୍ରାନ୍ତରେ  ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ  । ଏହା ପରେ ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ଆଦର୍ଶ ଆଚରଣବିଧି ଲାଗୁ କରିବେ  । ଫଳରେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହିଁ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ସ୍ପଷ୍ଟ ହୋଇଯାଇଛି  ।

Powered by Froala Editor