କସମପଲ୍ଲୀର ୪ ଫ୍ଲାଟ କଣ୍ଟେନମେଣ୍ଟ ଜୋନ୍

କସମପଲ୍ଲୀର ୪ ଫ୍ଲାଟ କଣ୍ଟେନମେଣ୍ଟ ଜୋନ୍

ରାଜ୍ୟ ଖବର

ଭୁବନେଶ୍ୱର: ରାଜଧାନୀରେ ପୁଣି ଡରେଇଲାଣି କରୋନା। ବିଭିନ୍ନ ଅଞ୍ଚଳରେ ଫେରିଲାଣି କଣ୍ଟେନମେଣ୍ଟ ଜୋନ୍। ବୁଧବାର ଡୁମଡୁମା ପାଖ କସମପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ୮ ଜଣ ପଜିଟିଭ ବାହାରିଛନ୍ତି। ଏହି ୪ଟି ଯାକ ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ମଙ୍ଗଳବାର ବମିଖାଲ ଜୟଦୁର୍ଗାନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା ବିଏମସି । ସେହିପରି ଭିଏସ୍‌ଏସ୍‌ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ପୂର୍ବରୁ। ରାଜଧାନୀରେ କରୋନା ପୁଣି ଫେରିବା ଆଶଙ୍କା ବଢ଼ିଛି।