ମିଳିଲା ଖଣ୍ଡିଏ ଭୋଟ, ଘରେ ୧୨ ଭୋଟର

ମିଳିଲା ଖଣ୍ଡିଏ ଭୋଟ, ଘରେ ୧୨ ଭୋଟର

ବିଶେଷ ଖବର

ଅହମ୍ମଦାବାଦ: ପରିବାରରେ ମୋଟ ୧୨ ଜଣ ଭୋଟର ଅଛନ୍ତି। ହେଲେ ଭୋଟ ମିଳିଛି ମାତ୍ର ଖଣ୍ଡିଏ। ସେଇ ଭୋଟଟି ବି ନିଜର। ଏମିତି ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀ ଭୋ ଭୋ ହୋଇ କାନ୍ଦିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ବାପି ଜିଲ୍ଲାରେ।

ସନ୍ତୋଷ ହଲପାତି ହେଲେ ଏହି ହତଭାଗ୍ୟ ସରପଞ୍ଚ ପ୍ରାର୍ଥୀ। ବାପି ଜିଲ୍ଲା ଛରବାଲାରେ ସରପଞ୍ଚ ପଦ ପାଇଁ ସେ ନାମାଙ୍କନ ଭରିଥିଲେ। ଭୋଟ ଫଳ ଆସିବା ପରେ ସନ୍ତୋଷ ମତଗଣନା କେନ୍ଦ୍ର ପାଖରେ ଭାଙ୍ଗି ପଡ଼ିଥିଲେ। 

କହିଲେ, ନିର୍ବାଚନ ଫଳାଫଳକୁ ନେଇ ଆଦୌ ନିରାଶ ହୋଇନି। ହାରଜିତ କିଛି ବଡ଼ କଥା ନୁହେଁ, ପରାଜୟଠୁ ବେଶି ବାଧିଚି ମୋ ପରିବାରରୁ ଗୋଟିଏ ବି ଭୋଟ ମିଳିଲାନି। ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ପରିବାରରେ ମୋଟ ୧୨ ଜଣ ଭୋଟର ଅଛନ୍ତି। ହେଲେ ଭୋଟ ମିଳିଛି ମାତ୍ର ଖଣ୍ଡିଏ। ସେଇ ଭୋଟଟି ବି ନିଜର। ଏମିତି ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀ ଭୋ ଭୋ ହୋଇ କାନ୍ଦିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ବାପି ଜିଲ୍ଲାରେ।

ସନ୍ତୋଷ ହଲପାତି ହେଲେ ଏହି ହତଭାଗ୍ୟ ସରପଞ୍ଚ ପ୍ରାର୍ଥୀ। ବାପି ଜିଲ୍ଲା ଛରବାଲାରେ ସରପଞ୍ଚ ପଦ ପାଇଁ ସେ ନାମାଙ୍କନ ଭରିଥିଲେ। ଭୋଟ ଫଳ ଆସିବା ପରେ ସନ୍ତୋଷ ମତଗଣନା କେନ୍ଦ୍ର ପାଖରେ ଭାଙ୍ଗି ପଡ଼ିଥିଲେ। 

କହିଲେ, ନିର୍ବାଚନ ଫଳାଫଳକୁ ନେଇ ଆଦୌ ନିରାଶ ହୋଇନି। ହାରଜିତ କିଛି ବଡ଼ କଥା ନୁହେଁ, ପରାଜୟଠୁ ବେଶି ବାଧିଚି ମୋ ପରିବାରରୁ ଗୋଟିଏ ବି ଭୋଟ ମିଳିଲାନି। ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Powered by Froala Editor