କୋଭିଡ୍‌ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଅନୁମୋଦନ

କୋଭିଡ୍‌ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଅନୁମୋଦନ

ଜାତୀୟ ଖବର

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଆମେରିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି।   ଅଧିକ ସଂକ୍ରମିତ ଆଶଙ୍କା ଥିବା ୧୨ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହି ବଟିକା ଦିଆଯିବ।  ପ୍ରଥମ ବଟିକାର ୫ଦିନ ପରେ ଦ୍ୱିତୀୟ ବଟିକା ଦିଆଯିବ। ଫାଇଜର ପ୍ରସ୍ତୁତ ବଟିକା ଦ୍ୱାରା ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି ଓ ମୃତ୍ୟୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ସୂଚନା ମିଳିଛି ।  ଫାଇଜର ବଟିକାକୁ ୨୨୦୦ଲୋକଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯିବା ପରେ ଏହା ଫଳପ୍ରଦ ହୋଇଥିବା ଜଣାପଡିଛି 

ପ୍ରଥମଥର ପାଇଁ କୋଭିଡ୍ ମହାମାରୀର ଏହା ଓରାଲ ଭିତ୍ତିକ ଔଷଧ ବୋଲି କୁହାଯାଉଛି। ଘରୋଇ ଚିକିତ୍ସା ପାଇଁ ଏହି ବଟିକା ବେଶ ଉପଯୋଗୀ ବୋଲି କୁହାଛି। ଏହି ଔଷକ୍ଷ ଓମିକ୍ରନ୍କୁ ମଧ୍ୟ ମାତ ଦେଇପାରିବ । ସେହିପରି ଗୁରତର ରୋଗୀମାନଙ୍କ କ୍ଷେତ୍ରରେ ଏହି ବଟିକା ଫଳପ୍ରଦ ହେବ ବୋଲି ଦାବି କରାଯାଇଛି। କମ୍ପାନୀ ପାକ୍ସଲୋଭିଡ ନାଁରେ ଏକ ବଟିକା ପ୍ରସ୍ତୁତ କରିଛି। ଏହି ବଟିକା ଓମିକ୍ରନ ବିରୋଧରେ ଲଢ଼େଇ କରିବ। କରୋନା ଲକ୍ଷଣର ଦେଖାଯିବାର ୩ ଦିନ ମଧ୍ୟରେ ଯଦି ପାକ୍ସଲୋଭିଡ ଦିଆଯାଏ, ତା’ହେଲେ ଜଣେ ଓମିକ୍ରନ୍ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରିବାର ଆଶଙ୍କା ୮୯% ଦୂର ହୋଇଯିବ। ସେହିପରି ଓମିକ୍ରନ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ମଧ୍ୟ ଏହି ବଟିକା ୮୯%ରୁ ଅଧିକ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। ଏହା ଏକ ଚମତ୍କାର ଫଳାଫଳ ବୋଲି ଫାଇଜର ମୁଖ୍ୟ ବୈଜ୍ଞାନିକ ଅଧିକାରୀ କହିଛନ୍ତି।

Powered by Froala Editor