ସେଞ୍ଚୁରିଅନ: ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହେବ। ଦକ୍ଷିଣ ଆପ୍ରିକାର ସେଞ୍ଚୁରିଅନ ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଏହି ବହୁ ପ୍ରତିକ୍ଷୀତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ପାଇଁ ଏହା ୨୬ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ସମୟ ମଧ୍ୟାହ୍ନ ୧.୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।
ଦଳରେ ରୋହିତ ଶର୍ମା ନାହାନ୍ତି। ତେଣୁ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ହିଁ ଦଳ ପାଇଁ ଇନିଂସ ଆରମ୍ଭ କରିବେ। ୩ନଂରେ ଚେତେଶ୍ୱର ପୂଜାରା ଓ ୪ନଂରେ ବିରାଟ କୋହଲି ଖେଳିବେ। ୫ମ ସ୍ଥାନରେ ଶ୍ରେୟସ, ରାହାଣେ ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।
ଭାରତ ଇତିହାସ ବଦଳାଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ୭ଥର ଭାରତ ଆଜି ଯାଏ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳିଥିଲେ ମଧ୍ୟ କେବେ ହେଲେ ଜିତିବାକୁ ସକ୍ଷମ ହୋଇନି। ଦକ୍ଷିଣ ଆଫ୍ରିକାରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ଭାରତର ନେତୃତ୍ୱ ନେବେ। ତାଙ୍କ ନେତୃତ୍ୱରେ ଭାରତ ୨୦୧୭-୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ହେଲେ ଏହି ସିରିଜକୁ ଦଳ ୧-୨ରେ ହାରି ଯାଇଥିଲା।
ଭାରତୀୟ ଦଳ ୧୯୯୨ରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ହେଲେ ୨୯ ବର୍ଷ ମଧ୍ୟରେ କେବେ ହେଲେ ସିରିଜ୍ ଜିତିନି। ଏଥର ଭାରତୀୟ ଟିମ୍ ଇତିହାସ ବଦଳାଇବାକୁ ଲକ୍ଷ୍ୟ ରଖିଛି। ଏହି ସିରିଜ୍ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ବେଶ ମହତ୍ତ୍ୱପୂର୍ଣ୍ଣ।
Powered by Froala Editor
