କନିଷ୍ଠଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କନିଷ୍ଠଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ରାଜ୍ୟ ଖବର

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ବଂଶୀଧରଙ୍କ ବ୍ରହ୍ମପୁର ଶକ୍ତିନଗର ଘର ସହିତ ପୋଲସରା ଚିରିକିପଦା ସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଛି। ସେହିପରି ବ୍ରହ୍ମପୁର ଲୋଚାପଡ଼ା ସ୍ଥିତ ତାଙ୍କ ସଂପର୍କୀୟଙ୍କ ଘର ସହିତ ଦିଗପହଣ୍ଡି ସ୍ଥିତ ତାଙ୍କ ଅଫିସ୍ରେ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କର ଶକ୍ତିନଗରର ଲେନ୍-୨ ସ୍ଥିତ ଘରଟି ତିନି ମହଲା ବିଶିଷ୍ଟ।

ଦୁଇ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଚଢ଼ାଉ ଜାରି ରହିଛି। ବଂଶୀଧର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁରର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ସର୍ଚ୍ଚ ୱାରେଣ୍ଟ ପାଇଁ ଆବେଦନ କରାଯାଇଥିଲା। କୋର୍ଟଙ୍କ ଅନୁମତି ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।


Powered by Froala Editor