ଭୁବନେଶ୍ୱର: କରୋନା ବିରୋଧରେ ଲଢ଼େଇକୁ ଆହୁରି ଜୋର ଦିଆଯାଇଛି। ପୂର୍ବରୁ ଭାରତରେ ୩ଟି ଟିକାକୁ ମଂଜୁରୀ ମିଳିଥିବା ବେଳେ ଏବେ ଆଉ ଦୁଇଟି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ସେହି ଦୁଇଟି ଟିକା ହେଉଛି କୋର୍ବୋଭାକ୍ସ ଓ କୋଭୋଭାକ୍ସ । ଏହି ଦୁଇଟି ଟିକାକୁ ଜରୁରୀ ବ୍ୟବହର ପାଇଁ ଅନୁମତି ମିଳିଛି । ଆଣ୍ଟିଭାଇରାଲ ଡ୍ରଗ୍ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ସିଡିଏସସିଓର ଅନୁମତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ । କରୋନାର ଏହି ଭାରିଆଣ୍ଟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରୁଥିବାରୁ, ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଇଛନ୍ତି । ସବୁ କଟକଣାକୁ ଭେଦ କରି ଓମିକ୍ରନ ମାଡିଚାଲିଛି । ଏହାରି ଭିତରେ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଜାନୁୟାରୀରୁ ପିଲାଙ୍କୁ ଟିକାଦାନ କରିବା ସହିତ ବୁଷ୍ଟର ଡୋଜ୍ ଦେବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor
