ଓମିକ୍ରନ୍‌ ଚିନ୍ତା, ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା

ଓମିକ୍ରନ୍‌ ଚିନ୍ତା, ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା

ରାଜ୍ୟ ଖବର

ଭୁବନେଶ୍ୱର: ଓମିକ୍ରନ୍‌ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ସରକାର ଯାତ୍ରା ମଞ୍ଚ ପାଇଁ କଟକଣା ଜାରି କରିଛନ୍ତି। ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ ସରକାରଙ୍କ ଏପରି ସର୍ତ୍ତକୁ ନେଇ ଯାତ୍ରା ପାର୍ଟି ମାଲିକ ଅସନ୍ତୋଷ ପ୍ରକାଶ କରିଥିଲେ। ଆନ୍ଦୋଳନ ଓ ପ୍ରତିବାଦ ପରେ ରାଜ୍ୟ ସରକାର ନିୟମରେ ସାମାନ୍ୟ କୋହଳ କରିଥିଲେ। ୫୦% ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ଏହା ପରଠାରୁ ସହରାଞ୍ଚଳକୁ ଛାଡ଼ି ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ ହେଉଥିଲା।

ଏବେ ପୁଣି ଥରେ ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନ ୫ ଜଣ ଓମିକ୍ରମ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଜାନୁଆରୀ ମାସର ଗାଇଡ୍ଲାଇନ୍ରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଇଥିଲେ ମଧ୍ୟ ଦର୍ଶକଙ୍କ ସଂଖ୍ୟା କମାଇଛନ୍ତି। ଅର୍ଥାତ ୧୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Powered by Froala Editor