ଭୁବନେଶ୍ୱର: ନ୍ୟାସ୍ନାଲ୍ ଡିଫେନ୍ସ ଏକାଡେମୀ(ଏନ୍ଡିଏ) ଓ ନାଭାଲ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଓମ୍କାର ଆଶୁତୋଷ। ଆଶୁତୋଷଙ୍କ ବାପା କର୍ଣ୍ଣେଲ୍ ଅରୁଣ ରୟ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ତାଙ୍କ ଘର ହେଉଛି ପୁରୀରେ। ସେ ପୁରୀର ଏକ କନ୍ଭେଣ୍ଟ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସେ ଡେରାଡୁନ୍କୁ ପଳାଇ ଯାଇଥିଲେ। ସେଠାରେ ସେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେଇଥିଲେ।
ଆଶୁତୋଷଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
Powered by Froala Editor
