ସମ୍ବଲପୁର: ସମ୍ବଲପୁର ସହରରେ ଗୋଟିଏ ପରିବାରର ୩ ସଦସ୍ୟ ଓମିକ୍ରନ୍ ଆକ୍ରାନ୍ତ ଥିବା ଜଣାପଡିଛି। ଆକ୍ତାନ୍ତ ତିନିଜଣ ଯାକ ସମ୍ବଲପୁର ଜଗନ୍ନାଥ କଲୋନିର ବୋଲି ସୂଚନା ମିଳିଛି। ତିନିଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ୱାମୀ (୪୩), (୩୮) ଏବଂ ସେମାନଙ୍କର ଗୋଟିଏ ୧୦ ବର୍ଷର ଶିଶୁ ପୁତ୍ର ପଜିଟିଭ୍ ଚିହ୍ନଟ ହୋଇଥିବା ବୁର୍ଲା ଭିମସାର କୋଭିଡ଼ ୨ ଇନଚାର୍ଜ ଡା. ୱାଇ ପି ସାହୁ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତ କିଛିଦିନ ପୂର୍ବରୁ ୟୁକେରୁ ଫେରିଥିଲେ। ସେମାନଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା।ଏହାପରେ ସେ୍ମାନେ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେମାନଙ୍କ ନମୁନା ଜେନମ୍ ସେକ୍ବେନ୍ସ ପାଇଁ ଆଇଏଲଏସ୍ କୁ ପଠାଯାଇଥିଲା। ସେମାନଙ୍କୁ ଏକ ସ୍ୱତନ୍ତ୍ର କେବିନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉ କି ଉକ୍ତ ପରିବାରରେ ଜଣେ ୨ ବର୍ଷର ଶିଶୁପୁତ୍ର ମଧ୍ୟ ରହିଥିବା ବେଳେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି।
Powered by Froala Editor
