ବଲିଉଡରେ ରାଶି

ବଲିଉଡରେ ରାଶି

ବିଶେଷ ଖବର

ଦକ୍ଷିଣୀ ଅଭିନେତ୍ରୀ ରାଶି ଖାନ୍ନା ଆସୁଛନ୍ତି ବଲିଉଡକୁ। ଖୁବଶୀଘ୍ର ରାଶି ଚମକିବେ ବଲିଉଡରେ। ଧର୍ମା ପ୍ରଡକ୍ସନ ପ୍ରାୟୋଜିତ ବଲିଉଡ ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ନାୟିକା ଭାବେ ଆସିବେ ରାଶି । ଏହି ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି। ସାଉଥ ସିନେ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ପରେ ସୁନ୍ଦରୀ ରାଶି ଏବେ ସାରା ଭାରତୀୟଙ୍କ ମନରେ ରାଜ କରିବେ ବୋଲି ଆଶା ରଖିଛନ୍ତି । ନିକଟରେ ରାଶି କହିଥିଲେ, ଏହି ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଭରି ରହିଛି। ଏହା ଦର୍ଶକଙ୍କୁ ନିଶ୍ଚିତ ଭଲ ଲାଗିବ। ଏକ ବିମାନ ଅପହରଣକୁ ନେଇ କାହାଣୀ ଗତି କରିଛି । ସାଉଥ ଫିଲ୍ମରେ ଉଭୟ ରକ୍ଷଣଶୀଳ ଓ ଆଧୁନିକ ବେଶରେ ରାଶି ବେଶ ଭଲ ଅଭିନୟ କରି ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବାବେଳେ ଏବେ ବଲିଉଡରେ କଣ କରିବେ, ତାହା ଯୋଦ୍ଧା ଫିଲ୍ମର ସଫଳତା ଉପରେ ନିର୍ଭର କରୁଛି।

Powered by Froala Editor