ପାନମଧୁରି କେତେ ଉପକାରୀ

ପାନମଧୁରି କେତେ ଉପକାରୀ

ବିଶେଷ ଖବର

ମୁଖବାସ ପାଇଁ ଆମେ ଅନେକ ସମୟରେ ପାନମଧୁରି ବ୍ୟବହାର କରିଥାନ୍ତି  । ପାନମଧୁରିରେ ଏପରି ଅନେକ ପୋଷକତତ୍ତ୍ୱ ମିଳେ ଯାହା ସୁସ୍ଥ ରହିବାରେ ସହାୟକ ହୋଇଥାଏ  । ସ୍ମରଣଶକ୍ତି ବଢ଼ିଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ  । ଏହା ସହିତ ଶରୀରକୁ ଥଣ୍ଡା ରଖେ  । ପାନମଧୁରିରେ ସୋଡିୟମ, ଆଇରନ ଓ ପୋଟାସିୟମ ପରି ବହୁ ଖଣିତ ତତ୍ତ୍ୱ ରହିଥାଏ  । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ  । ତେବେ ଜାଣିବା ପାନମଧୁରି ଖାଇଲେ କ’ଣ ଲାଭ ମିଳେ  ।
- ବାଦାମ, ପାନମଧୁରି ଓ ମିଶି୍ର ସମାନ ପରିମାଣରେ ନେଇ ତାହାକୁ ଗୁଣ୍ଡ କରି ଦିଅନ୍ତୁ  । ଏହି ମିଶ୍ରଣକୁ ପ୍ରତିଦିନ ରାତିରେ ଓ ଦ୍ୱିପହରରେ ଖାଇବା ପରେ ସେବନ କରନ୍ତୁ  । ଆପଣଙ୍କ ସ୍ମରଣଶକ୍ତି ବଢ଼ିବ  ।
- ପାନମଧୁରି ଖାଇବା ଆଖି ପାଇଁ ଭଲ  । ଆପଣ ଚାହିଁଲେ ଏହାକୁ ମିଶି୍ର ସହିତ ନେଇ ପାରିବେ  । 
- ଖାଲି ପେଟରେ ପାନମଧୁରି ଖାଇଲେ ରକ୍ତ ସଫା ହୁଏ ଓ ତ୍ୱଚାରେ ଚମକ ଆସିଥାଏ  ।
- ଯଦି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଛି  । ତେବେ ନିୟମିତ ଭାବେ ଦିନରେ ୩ରୁ ୪ ଥର ଅଧ ଚାମଚ ପାନମଧୁରି ଚୋବାନ୍ତୁ  । ଏପରି କଲେ ମହୁଁରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ  । 
- ପାନମଧୁରି ସହିତ ମିଶ୍ରି ମିଶାଇ ଖାଇଲେ ଧ୍ୱନି ମଧୁର ହେବା ସହିତ କାଶ ମଧ୍ୟ ଭଲ ହୋଇଥାଏ ।

Powered by Froala Editor