ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ଆଜି ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି  । ଆଜି ଦେଶରେ ୯୦ହଜାର ୯୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୨୫ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୨ହଜାର ୮୭୬କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ରହିଛି ୧.୩୮ପ୍ରତିଶତ ରହିଛି । 

 

ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୨ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନାଜନିତ ସକ୍ରିୟ ମାମଲା ରହିଛି ୨ଲକ୍ଷ ୮୫ହଜାର ୪୦୧ ରହିଛି । ଅନ୍ୟପଟେ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି  । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୮ କୋଟି ି ୭୬ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆସରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛନ୍ତି  ।

ଏହି ସମୟ ମଧ୍ୟରେ ୧୯ହଜାର ୨୦୬ଜଣ କରୋନା ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୩କୋଟି ୪୩ଲକ୍ଷ ୪୧ହଜାର ୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ।


Powered by Froala Editor