ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପରିବାରର ୩ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଜର କରୋନା ପରୀକ୍ଷା କରାଇଛନ୍ତି। ଏହି ରିପୋର୍ଟ ଆସିବା ପର୍ୟ୍ୟନ୍ତ ରାଜ୍ୟରେ ହେବାକୁ ଥିବା ତାଙ୍କର ସମସ୍ତ କାର୍ୟ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କର ୨ ଜଣ ସହଯୋଗୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଥିବା ଅନ୍ୟମାନେ ସେମାନଙ୍କ ଟେଷ୍ଟ କରାନେବା ସହିତ ନିଜେ ସଂଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ଯେଉଁପରି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଚନ୍ନୀ ପରାମର୍ଶ ଦେଇଛନ୍ତି।
Powered by Froala Editor
