ବିଜେପି ସାଂସଦ ବରୁଣ ଗାନ୍ଧି କରୋନା ସଂକ୍ରମିତ

ବିଜେପି ସାଂସଦ ବରୁଣ ଗାନ୍ଧି କରୋନା ସଂକ୍ରମିତ

ଜାତୀୟ ଖବର

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ପାଖରେ କରୋନାର ଗୁରୁତର ଲକ୍ଷଣ ଦେଖାଦେଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।ଇୟଗ୍ଦ ଭଚ୍ଚ

ତାଙ୍କ କହିବା ମୁତାବକ, ସେ ଗଲା ତିନି ଧରି ତାଙ୍କ ନିବାଚନୀ କ୍ଷେତ୍ର ପିଲିଭିତ ଗସ୍ତରେ ଥିଲେ। ଏତିକି ବେଳେ ସେ ସଂକ୍ରମିତ ହୋଇଥିଲେ। ସେ କରୋନାରେ ସଂକ୍ରମିତ ହେବା ପରେ ସମସ୍ତ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କୁ କରୋନା ଟିକାର ଥାର୍ଡ ଡୋଜ୍ ବା ବୁଷ୍ଟର ଡୋଜ୍ ଦେବାକୁ ନିର୍ବାଚନ କମିଶନଙ୍କ ଠାରେ ଦାବି କରିଛନ୍ତି।

ବରୁଣ ଗାନ୍ଧି ଟୁଇଟ୍ କରି ଲେଖିଛନ୍ତି, ତିନି ଦିନ ଧରି ପିଲିଭିତ୍ରେ ରହିବା ପରେ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। ଏବଂ ମୋଠାରେ କରୋନାର ବେଶ୍ ଗମ୍ଭୀର ଲକ୍ଷଣ ଦେଖାଦେଇଛି। ବର୍ତ୍ତମାନ ଆମେ ଏକ ତୃତୀୟ ଲହରର ମଧ୍ୟଭାଗରେ ଅଛେ ଏବଂ ନିର୍ବାଚନ ପ୍ରଚାର ଚାଲିଛି। ପ୍ରାର୍ଥୀ ଏବଂ ଦଳୀୟ କର୍ମୀଙ୍କ ପାଇଁ ସତର୍କତାମୂଳକ ଭାବେ କରୋନା ଟିକାର ଥାର୍ଡ ଡୋଜ୍ ପାଇଁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିବା ଉଚିତ୍।’

ଦିନକୁ ଦିନ ଦେଶରେ କରୋନା ମାମଲା ବଢ଼ି ଚାଲିଛି। ଏହି ମହାମାରୀ ଜାଲରେ ବଲିଉଡ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ ରାଜନେତାମାନେ ଫସିଛନ୍ତି। ବିଜେପି ଠାରୁ ଆରମ୍ଭ କରି ଅନେକ ଦଳର ନେତା ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ତାଲିକାରେ ଏବେ ବରୁଣ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି।


Powered by Froala Editor