ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ

ବିଶେଷ ଖବର

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଫନି ମହାବାତ୍ୟା ଜନିତ କ୍ଷୟକ୍ଷତି ସଂପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାର ଫନି ମୁକାବିଲା ଲାଗି ଦେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ସୂଚିତ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଓ ଫନି କ୍ଷୟକ୍ଷତି ଲାଗି ୫୦୦୦କୋଟି ସହାୟତା ଲାଗି ଆଲୋଚନା କରିଥିଲେ। ଏହି ଆଲୋଚନା ପ୍ରାୟ ୨୦ ମିନିଟ ଧରି ଚାଲିଥିଲା।