ଦେଶରେ ଦୈନିକ ସଂକ୍ରମଣ ୨, ୪୭, ୪୧୭

ଦେଶରେ ଦୈନିକ ସଂକ୍ରମଣ ୨, ୪୭, ୪୧୭

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ର ଦୈନିକ ମାମଲା ୨ ଲକ୍ଷ ଛୁଇଁଛି। ଆଜି ୨,୪୭,୪୧୭ଟି ରେକର୍ଡ଼ସ୍ତରୀୟ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ବୁଧବାର ଦେଶରେ ୧,୯୪,୭୨୦ଟି କୋଭିଡ୍ ମାମଲା  ସାମ୍ନାକୁ ଆସିଥିଲା। ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ପ୍ରାୟ ୨.୫ ଲକ୍ଷ ପହଞ୍ଚି ପାରିଛି। ସଂକ୍ରମଣ ଏତେ ତୀବ୍ର ଗତିରେ ବଢ଼ୁଛି ଯେ, ଗତ ୧୬ ଦିନ ମଧ୍ୟରେ କୋଭିଡର ଦୈନିକ ମାମଲା ପ୍ରାୟ ୩୯ ଗୁଣ ବୃଦ୍ଧି ପାଇଛି। ଗତ ଡିସେମ୍ବର ୨୮ରେ ୬,୩୫୮ ମାମଲା ରେକର୍ଡ଼ ହୋଇଥିଲା। ଏହା ପରେ  ହେଲିକପ୍ଟର ବେଗରେ ବଢ଼ୁଛି ସଂକ୍ରମଣ।  ଗତ ୨୪ ଘଣ୍ଟାରେ ୩୮୦ ରୋଗୀଙ୍କର ମୃତ୍ୟୁ ଘଟିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ଓମିକ୍ରନ୍ର  ୬୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ସମୁଦାୟ ଓମିକ୍ରନ୍ ମାମଲା ୫,୪୮୮କୁ ବୃଦ୍ଧି ପାଇଛି।  ଏହାପୂର୍ବରୁ ବୁଧବାର ୪୦୮୭ଟି  , ମଙ୍ଗଳବାର ୨୨୮ ଏବଂ ସୋମବାର ୪୧୦ଟି  ମାମଲା ରେକର୍ଡ଼ ହୋଇଥିଲା।  ଅବଶ୍ୟ ଓମିକ୍ରନ୍ର ସଂକ୍ରମଣରୁ  ୨୧୬୨ଜଣ  ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଓମିକ୍ରନ୍ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ରାଜସ୍ତାନ ଏବଂ ଦିଲ୍ଲୀ ରହିଛି। ମହାରାଷ୍ଟ୍ରରେ ଏପର୍ୟ୍ୟନ୍ତ ସର୍ବାଧିକ ୧,୩୬୭ଟି ଓମିକ୍ରନ୍ ରୋଗୀ ଚିହ୍ନଟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୩୪ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜସ୍ତାନ  ଦୁଇ ନମ୍ବର ୭୯୨  ଏବଂ  ୫୪୯ ସହ ଦିଲ୍ଲୀ ତୃତୀୟ ନମ୍ବରରେ ରହିଛି। ସେହିପରି ଦିନକରେ ୭୬,୩୨,୦୨୪ ଜଣ  ଡୋଜ୍ ନେଇଚନ୍ତି। ବର୍ତ୍ତମାନ ସୁଦ୍ଧା ୧,୫୪,୬୧,୩୯,୫୬୯ ଟିକା ଦିଆଯାଇଛି।

Powered by Froala Editor