ଭୁବନେଶ୍ୱର: କେ.ସୁରିୟା ରାଓ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଥିଲେ । ନିଜର ଇସ୍ତଫାପତ୍ର ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଦେଇଛନ୍ତି । ଇସ୍ତଫା ପତ୍ରରେ ଦଳରେ ତାଙ୍କୁ ଅଣଦେଖା କରୁଥିବା କାରଣ ଦର୍ଶାଇଛନ୍ତି । ଦଳର ବିପର୍ଯ୍ୟୟ ପାଇଁ କାରଣ ଖୋଜିବା ନାଁରେ ଏକ ବୈଠକ ଡାକି ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ପରାଜୟ ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ହିଁ ଦାୟୀ, ସମସ୍ତେ ଏକାଠି ନହେଲେ କଂଗ୍ରେସ ବିଜୟ ସ୍ୱପ୍ନ ଦେଖିବା ବୃଥା ବୋଲି ସେ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ କେ. ସୁରିୟା ରାଓ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ଏଥିରେ ଶୋଚନୀୟ ପରାଜୟ ବରଣ କରିବା ସହ ଚତୁର୍ଥ ସ୍ଥାନରେ ରହିଥିଲେ।
