ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ଜାରି ରହିଛି। ବିଜେପି ସମର୍ଥନରେ ଉତ୍ତର ପ୍ରଦେଶ ବିଧାନସଭାର ଉପ ବାଚସ୍ପତି ହୋଇଥିବା ସପା ବିଧାୟକ ନୀତୀନ ଅଗ୍ରୱାଲ ଦଳରୁ ଇସ୍ତଫା ଦେଇଛନ୍ତି।
ହରଦୋର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଅଗ୍ରୱାଲ ପ୍ରଥମ ଉପ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ସପାରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
କେବଳ ଅଗ୍ରୱାଲ ନୁହନ୍ତି, ସମାଜବାଦୀ ପାର୍ଟିର ବିଧାୟକ ଶହରଦବୀର ସିଂହ ମଧ୍ୟ ଦଳ ଛାଡ଼ିଛନ୍ତି। ସେ ବିଜେପିର ବିଜୟ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି।
ସେହିପରି ଅଗ୍ରୱାଲ କହିଛନ୍ତି, “ମୁଁ ମୋର ଇସ୍ତଫା ପତ୍ର ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ପାଖକୁ ପଠାଇ ଦେଇଛି। ଏଥିସହ ମୁଁ ବିଧାୟକ ଓ ବିଧାନସଭା ଉପ ବାଚସ୍ପତି ପଦରୁ ମଧ୍ୟ ଇସ୍ତଫା ଦେଇଛି।”
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ସିଂହ ଓ ଅଗ୍ରୱାଲ ଏବେ ବିଜେପିରେ ମିଶିବେ। ଉଭୟ ବିଜେପି ଟିକେଟରୁ ହିଁ ନିର୍ବାଚନ ଲଢ଼ିବେ। ଅଗ୍ରୱାଲ ସପା ବିଧାୟକ ହୋଇଥିଲେ ମଧ୍ୟ ଅନେକ ବିଜେପି କାର୍ୟ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା। ତଥାପି ସପା ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।
Powered by Froala Editor
