ଲକ୍ଷ୍ନୌ: ଦେଶର ସବୁଠାରୁ ଲମ୍ବା ବ୍ୟକ୍ତି ଧର୍ମେନ୍ଦ୍ର ପ୍ରତାପ ସିଂହ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କୁ ସପାର ରାଜ୍ୟ ସଭାପତି ନରେଶ ପଟେଲ ଦଳକୁ ସ୍ୱାଗତ କରିଛନ୍ତି।
ଏଥିସହ ସପା ପକ୍ଷରୁ ଶ୍ରୀ ସିଂହଙ୍କ ସହ ଦଳୀୟ ନେତାମାନେ ଉଠାଇଥିବା ଗୋଟିଏ ଫଟୋକୁ ପୋଷ୍ଟ କରାଯାଇଛି। ଫଟୋରେ ଅଖିଲେଶ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ସଦସ୍ୟତା ଗ୍ରହଣ କରିବା ଅବସରରେ ଧର୍ମେନ୍ଦ୍ର ସପା ଓ ଅଖିଲେଶ ଯାଦବଙ୍କ ନୀତିରେ ବିଶ୍ୱାସ କରି ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
ଧର୍ମେନ୍ଦ୍ରଙ୍କ ଉଚ୍ଚତା ହେଉଛି ୮ ଫୁଟ ୨ ଇଞ୍ଚ। ଭାରତରେ ତାଙ୍କ ଠାରୁ ଅଧିକ ଉଚ୍ଚ ବ୍ୟକ୍ତି କେହି ନାହାନ୍ତି। ୪୬ ବର୍ଷୀୟ ଧର୍ମେନ୍ଦ୍ର ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଓ ସେ ଏସିଆରେ ସବୁଠାରୁ ଉଚ୍ଚ ବ୍ୟକ୍ତି ଭାବେ ଆଖ୍ୟା ପାଇଛନ୍ତି। ତାଙ୍କ ଘର ନରହରପୁର କାସିୟାହି ଗାଁରେ। ସେ ଗତ ଏପ୍ରିଲ ମାସରେ ତାଙ୍କର ଜଣେ ବନ୍ଧୁଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ବେଳେ ପ୍ରଚାର କରି ବେଶ ଚର୍ଚ୍ଚାକୁ ଆସିଥିଲେ।
Powered by Froala Editor
