ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ରାଜ୍ୟ ଖବର

ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତଙ୍କୁ ମିଳିଛି ବଡ଼ ସମ୍ମାନ। ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବା ପ୍ରମୋଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ। ଆଉ ସେ ଦେଶର ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ।

ବର୍ତ୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ ହେବା ସମଗ୍ର ଓଡ଼ିଶା ପାଇଁ ଗର୍ବର କଥା ବୋଲି ମତପ୍ରକାଶ ପାଇଛି।  

ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଗତବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ପାଇଁ ୨୦୨୧ ଅକ୍ଟୋବର ମାସରେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ବଡ଼ ସମ୍ମାନ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।

ଚଳିତ ବର୍ଷ ୧୪ରୁ ଅଧିକ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ବର୍ଷ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନ୍ସ ସହ ଆଉ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Powered by Froala Editor