ଝିଅ ଘର ସଜାଡ଼ିବେ ସୁପରଷ୍ଟାର୍‌ ରଜନୀକାନ୍ତ

ଝିଅ ଘର ସଜାଡ଼ିବେ ସୁପରଷ୍ଟାର୍‌ ରଜନୀକାନ୍ତ

ବିଶେଷ ଖବର

ଚେନ୍ନାଇ: ୧୮ ବର୍ଷର ବୈବାହିକ ସମ୍ପର୍କରେକୁ ପଛରେ ପକାଇ  ଅଲଗା କରିଥିବା ନେଇ କିଛି ଦିନ ପୂର୍ବେ ଘୋଷଣା କରିଥିଲେ ସାଉଥର ଷ୍ଟାଇଲିସ୍ ହିରୋ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ୟ୍ୟା । ହେଲେ ଏହାକୁ ପରିବାର ଲୋକେ କିମ୍ବା ଫ୍ୟାନ୍ସ ସହଜେ ହଜମ କରିପାରୁ ନାହାନ୍ତି। ଝିଅ-ଜ୍ୱାଇଁଙ୍କ ମନୋମାଳିନ୍ୟକୁ ଦୂର କରି ସେମାନଙ୍କୁ ପୁଣି ଥରେ ଏକାଠି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସାଉଥ ସୁରପଷ୍ଟାର ରଜନୀକାନ୍ତି।

ଗତ ୧୭ ତାରିଖରେ ଉଭୟ ଧନୁଷ ଓ ଐଶ୍ଚର୍ୟ୍ୟା ନିଜ ବିଚ୍ଛେଦ ସମ୍ପର୍କରେ ସୋଶାଲ ମିଡିଆରେ ଘୋଷଣା କରିଥିଲେ। ଏହା ଫ୍ୟାନ୍ସଙ୍କ ସମେତ ପରିବାର ସଦସ୍ୟଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଥିଲା।  ଏବେ ଉଭୟ ଧନୁଷ ଓ ଐଶ୍ଚର୍ୟ୍ୟା ହାଇଦ୍ରାବାଦରେ ଥିବା ବେଳେ ନିଜ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଉଭୟଙ୍କର ୨ ପୁତ୍ର ସନ୍ତାନ ୟାତ୍ରା ଓ ଲିଙ୍ଗା ଅଛନ୍ତି ।

ନିକଟତମ ସୂତ୍ରରୁ ଜଣାପଡ଼ିଛି, ଝିଅର ବିବାହ ବିଚ୍ଛେଦ ରଜନୀକାନ୍ତଙ୍କୁ ଖୁବ୍ ଶକ୍ତ ଧକ୍କା ଦେଇଛି। ଏହି ବିଚ୍ଛେଦ ସାମୟିକ ବୋଲି କହିବା ସହ ଝିଅ ଘର ପୁଣି ଥରେ ବସାଇବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି ରଜନୀକାନ୍ତ । ହେଲେ ଉଭୟଙ୍କ ମଧ୍ୟରେ ସତରେ ବୁଝାମଣା ହୋଇ ପାରିବ କି ନାହିଁ, ଉଭୟ ପୁଣି ଥରେ ଏକାଠି ହେବେ ନା ନାହିଁ ତାକୁ ନେଇ ଦେଖାଦେଇଛି ସସ୍ପେନ୍ସ।

ଅପରପକ୍ଷେ, ଉଭୟଙ୍କ ସମ୍ପର୍କରେ ଫାଟ ହୋଇଥିଲେ ବି ବିଚ୍ଛେଦ ନେଇ ସେମାନେ କୋର୍ଟରେ ପିଟିସନ ଦାଖଲ କରି ନ ଥିବା କହିଛନ୍ତି ଧନୁଷଙ୍କ ପିତା ତଥା ନିର୍ଦ୍ଦେଶକ କସ୍ତୁରୀ ରାଜା । ଏପରିକି ଏହା ଏକ ପାରିବାରିକ ତଥା ଦାମ୍ପତ୍ୟ ଝଗଡ଼ା ବୋଲି କହିବା ସହ ଉଭୟଙ୍କ ମଧ୍ୟରେ ଆପୋସବୁଝାମଣା ଉଦ୍ୟମ ଚାଲିଥିବା କହିଛନ୍ତି କସ୍ତୁରୀ ରାଜା ।

Powered by Froala Editor