ବଜେଟ ଓଦା ତାଳଫୋଟକା: ଥରୁର

ବଜେଟ ଓଦା ତାଳଫୋଟକା: ଥରୁର

ଜାତୀୟ ଖବର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ୨୦୨୨ବଜେଟକୁ ନେଇ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ପକ୍ଷରୁ ଶଶି ଥରୁର୍ କହିଛନ୍ତି ଯେ, ବଜେଟ୍ ଏକ ଓଦା ତାଳଫୋଟକା । ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ କିଛି ନାହିଁ । ଦେଶରେ ଦରଦାମ ହୁ ହୁ ହୋଇ ବଢୁଥିବାବେଳେ ବଜେଟ୍ ସମସ୍ତଙ୍କୁ ନିରାଶ କରିଛି ।
ଦେଶର ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ କେତେ ଆବଣ୍ଟନ କରାଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ।

Powered by Froala Editor