ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ଉ, ଅଚଳାଚଳ ସମ୍ପତ୍ତି ଠାବ

ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ଉ, ଅଚଳାଚଳ ସମ୍ପତ୍ତି ଠାବ

ରାଜ୍ୟ ଖବର

ନୂଆପଡ଼ା: ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ରେଡ୍ ହୋଇଛି।  କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି। ଚଢ଼ଉ ବେଳେ  ଅଚଳାଚଳ ସମ୍ପତ୍ତି ସହ ୪୯୮ ଗ୍ରାମର ସୁନା ଅଳଙ୍କାର ଓ ୨.୫ କିଲୋଗ୍ରାମ ଓଜନର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସଂପତ୍ତିର ଆକଳନ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ରତ୍ନାକରଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ ଆଜି ସକାଳୁ ସକାଳୁ  ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି। କଟକ ମଧୁପାଟଣା ବାଲିସାହିରେ ଥିବା ରତ୍ନାକରଙ୍କ ବାସଭବନ, ଚାଉଳିଆଗଞ୍ଜରେ ଥିବା ତିନି ମହଲା ବିଶିଷ୍ଟ ଘର, କଟକ ବାଲିସାହିରେ ଥିବା ନଟରାଜ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଓରଣ୍ଡାରେ ଥିବା ୩ ଏକର ଜମି, ନୂଆପଡ଼ା ସ୍ଥିତ ସରକାରୀ କାର୍ୟ୍ୟାଳୟ, ନୂଆପଡ଼ାର ଭଡ଼ାଘରରେ ଚଢ଼ଉ କରାଯାଇଛି ।

ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍ପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢ଼ାଉ ସରି ନ ଥିବାରୁ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଜଣାପଡ଼ିନି।


Powered by Froala Editor