ନୂଆଦିଲ୍ଲୀ: ଣ୍ଟ ଓମିକ୍ରନ୍ର ଆତଙ୍କ ଥମି ଆସୁଥିବା ବେଳେ ଏହାର ଆଉ ଏକ ଭ୍ୟାରିଆଣ୍ଟ ଏବେ ଦେଶରୁ ଦେଶକୁ ଡେଉଁଛି। ଓମିକ୍ରନ୍ର ଏହି ନୂଆ ଭ୍ୟାରିଆଣ୍ଟ ବିଏ-୨ ଆହୁରୀ ବିପଜନ୍ନକ ବୋଲି କୁହାଯାଉଛି। ଓମିକ୍ରନ୍ର ସବ୍ ଭ୍ୟାରିଆଣ୍ଟ କୁହାଯାଉଥିବା ବିଏ-୨ ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୃଏଚଓ) ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରୟିକାରୁ ୧୦ ସପ୍ତାହ ପୂର୍ବେ ଠାବ ହୋଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ସବୁଠାରୁ ଦ୍ରୁତତମ ସଂକ୍ରମାକ ଭାବେ ବିପଦ ସୃଷ୍ଟି କରିଥିଲା।
ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍ ପକ୍ଷରୁ ସାପ୍ତାହିକ ଏପିଡେମୋଲୋଜିକାଲ୍ ଅପଡେଟ୍ ଆସିଛି। ସେଥିରେ ଗତ ମାସରେ ସଂଗୃହୀତ ସମସ୍ତ କରୋନାଭାଇରସ୍ ନମୁନାରେ ଆଗକୁ ଆହୁରୀ ଭ୍ୟାରିଆଣ୍ଟ ସମ୍ଭାବନା ଥିବା କୁହାଯାଇଛି। ନିକଟରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ଉପ ଭେରିଏଣ୍ଟ ବିଏ-୨ ଦେଖିବାକୁ ମିଳିଛି। ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଚ୍ୟାଲେଞ୍ଜି ହେବ ବୋଲି କୁହାଯାଉଛି। ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲଥ୍‘ ଅର୍ଥାତ୍ ଲୁଚି ରହିଥିବା ଭେରିଏଣ୍ଚ (ପ୍ରକାର)କୁହାଯାଉଛି । ଏହି ନୂତନ ଭେରିଏଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ।
Powered by Froala Editor
