ନୂଆଦିଲ୍ଲୀ: ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍ରେ ପେଟ୍ରୋଲ୍ ସମ୍ପର୍କରେ ସ୍ୱତନ୍ତ୍ର ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବରରୁ ବିନା ବ୍ଲେଣ୍ଡିଂର ଇନ୍ଧନ ଉପରେ ଲିଟର ପିଛା ୨ ଟଙ୍କାର ଉତ୍ପାଦ ଶୁଳ୍କ ଲଗାଯିବ। ଅର୍ଥାତ ଅକ୍ଟୋବର ପରଠାରୁ ବ୍ଲେଣ୍ଡେଡ୍ ଡିଜେଲ୍ ଓ ପେଟ୍ରୋଲ୍ ପାଇଁ ଲିଟର ପିଛା ଅତିରିକ୍ତ ୨ ଟଙ୍କା ଗଣିବାକୁ ହେବ। ତେବେ ଇନ୍ଧନରେ ମିଶ୍ରଣ ଦ୍ୱାରା ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଫଳରେ ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର।
ଆଖୁରୁ ଇଥାନଲ୍ ପ୍ରସ୍ତୁତ କରାଯାଉଛି। ଆଖୁ ଚାଷୀମାନେ ପେଟ୍ରୋଲ୍ରେ ମିଶାଇବା ଲାଗି ଇଥାନଲ୍ ଯୋଗାଇ ଉପକୃତ ହୋଇପାରିବେ। ଇଥାନଲ ମିଶାଇବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୈଳ ଆମଦାନି ଉପରୁ ନିର୍ଭରଶୀଳତା କମ୍ କରିବା। ଅଙ୍ଗାରକାମ୍ଳ ନିର୍ଗମନ କମ୍ କରିବା ଏବଂ ତୈଳ ଆମଦାନି ନିର୍ଭରଶୀଳତା ହ୍ରାସ କରିବା ଲାଗି ୨୦୩୦ ସୁଦ୍ଧା ପେଟ୍ରୋଲ୍ରେ ୨୦% ପର୍ୟ୍ୟନ୍ତ ଇଥାନଲ୍ ମିଶାଇବା ଲାଗି ମଞ୍ଜୁରି ପ୍ରଦାନ କରାଯାଇଛି।
ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ଅଞ୍ଚଳରେ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ଡିଜେଲରେ ବାୟୋଡିଜଲର ବ୍ୟବହାର କରଯାଉଛି। ଦେଶରେ କୃଷି ଏବଂ ପରିବହନ ଅଞ୍ଚଳିକ କ୍ଷେତ୍ରରେ ବ୍ୟାପକ ପରିମାଣର ଡିଜେଲ ବ୍ୟବହୃତ ହୁଏ। ଏହି ଦୃଷ୍ଟିରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ-୨୦୨୨-୨୩ରେ ବିନା ମିଶ୍ରିତ ଇନ୍ଧନ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲଗାଇଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲରେ ଦାମ୍ ବଢ଼ିପାରେ।
Powered by Froala Editor
