ସ୍କୁଲ ଖୋଲିବା ନେଇ ବଡ଼ ଖବର...

ସ୍କୁଲ ଖୋଲିବା ନେଇ ବଡ଼ ଖବର...

ରାଜ୍ୟ ଖବର

ଭୁବନେଶ୍ୱର: କରୋନା ଯୋଗୁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି। ତେବେ କେବେ ସ୍କୁଲ ଖୋଲିବ, ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି ।

ଏହାରି ଭିତରେ କୋଭିଡ କଟକଣାରେ ସ୍କୁଲ ଖୋଲିବାକୁ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା। ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିଦେ୍ର୍ଧଶ ଦେଇଛନ୍ତି । କୋଭିଡ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ ।

  ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରୁଛନ୍ତି ସରକାର  । ବଜାର ଖୋଲିଲାଣି, ସପିଂ ମଲ ଖୋଲିଛି, ସିନେମା ହଲ୍ ବି ଖୋଲିଛି। ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନଥିଲା  । ତେବେ ଏହାରି ଭିତରେ ସ୍କୁଲ ଖୋଲିବାକୁ ନେଇ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ

Powered by Froala Editor