ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ଗଲୱାନ ଘାଟିରେ ୩୮ ଚୀନ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଏପରି ଦାବି କରିଛି ଅଷ୍ଟ୍ରେଲିଆର ଏକ ଖବରକାଗଜ ‘ଦ କ୍ଲେକ୍ସନ୍’। ଫଳରେ ଚୀନର ମିଛ ଏବେ ପୁଣି ଥରେ ସାାରା ବିଶ୍ବ ନଜରକୁ ଆସିଛି। ‘ ଦ କ୍ଲେକ୍ସନ୍’ରେ ‘ଗଲ୍ୱାନା ଡିକୋଡେଡ୍’ ଶୀର୍ଷକରେ ପ୍ରକାଶ ପାଇଥିବା ଏହି ଖବରରେ ଏପରି ଦାବି କରାଯାଇଛି। ତେବେ ୨୦୨୦ ଜୁନ୍ ମାସ ୧୫ ତାରିଖରେ ଘଟିଥିବା ଏହି ଘଟଣାରେ ଚୀନର ମାତ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା ଚୀନା ଗଣମାଧ୍ୟମ। ମାତ୍ର ସେତେବେଳେ ୩୦ରୁ ୪୦ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତେବେ ଏହି ଘଟଣାରେ ୩୮ ଚୀନଙ୍କ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଏହି ଖବରକାଗଜର ରିସର୍ଚ ରିପୋର୍ଟରେ ପ୍ରକାଶ ପାଇଛି। ସେତେବେଳ ଚୀନ ସରକାର ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟାକୁ ଲୁଚାଇଥିଲା।
Powered by Froala Editor
