ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କେକ୍ କାଟି ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡାକ୍ତର ବିରାଜ ମୋହନ ମିଶ୍ର, ଅଙ୍କୋ ସର୍ଜରୀ ବିଭାଗର କନ୍ସଲ୍ଟାଂଟ ଡାକ୍ତର ଜିଜ୍ଞାସୁ ମହାନ୍ତି, ମେଡିକାଲ୍ ଙ୍କୋଲୋଜି ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ପ୍ରିୟା ପି. ନାୟକ, ରେଡିଏସନ୍ ଅଙ୍କୋଲୋଜି ବିଭାଗର କନ୍ସଲ୍ଟାଂଟ ଡାକ୍ତର ଚିର ରଞ୍ଜନ ଖାଡେଙ୍ଗା, ରେଡିଏସନ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ କନ୍ସଲ୍ଟାଂଟ ଡାକ୍ତର ଶୁଭାଶିଷ ମିଶ୍ର ଅନ୍ୟ ବିଭାଗର ବରିଷ୍ଠ ଡାକ୍ତର, କାର୍ଯ୍ୟକର୍ତା ଓ କର୍ମକର୍ତାମାନେ ଉପସ୍ଥିତ
ଥିଲେ ।
Powered by Froala Editor
