ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧, ୨୭, ୯୫୨ ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧, ୨୭, ୯୫୨ ସଂକ୍ରମିତ ଚିହ୍ନଟ

ଜାତୀୟ ଖବର

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧,୨୭,୯୫୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୧୪.୪% କମ। ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୦,୮୦,୬୬୪କୁ ବୃଦ୍ଧି ପାଇଛି।ଇୟଗ୍ଦ ଭଚ୍ଚ

ଦେଶର ଦୈନିକ ପଜିଟିଭିଟି ହାର ମଧ୍ୟ ମଧ୍ୟ ହ୍ରାସ ପାଇଛି। ଆଜି ଟିପିଆର ୭.୯୮% ଥିବା ବେଳେ ସପ୍ତାହିକ ପଜିଟିଭି ହାର ୧୧.୨୧%। ଶୁକ୍ରବାର ମୋଟ ୧୬,୦୩,୮୫୬ଟି ନମୁନା ପରୀକ୍ଷା କରାଯାଇଛି।

୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୧୦୫୯ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୧,୧୧୪କୁ ବୃଦ୍ଧି ପାଇଛି। ଦିନକରେ କରୋନାକୁ ଆଉ ୨,୩୦,୮୧୪ ଜଣ ଲୋକ ମାତ ଦେଇଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୦୨,୪୭,୯୦୨ରେ ପହଞ୍ଚି ଯାଇଛି।

ଆରୋଗ୍ୟ ହାର ୯୫.୬୪% ରହିଛି। ଏବେ ବିଭିନ୍ନ ହସ୍ପିଟାଲ ଓ ଘରେ ରହି ମୋଟ ୧୩,୩୧,୬୪୮ ଜଣ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ଅପେକ୍ଷା ଏହା ୧,୦୩,୯୨୧ କମ।


ଦେଶର ମୋଟ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ କେରଳରୁ ସର୍ବାଧିକ ୩୮,୬୮୪, କର୍ଣ୍ଣାଟକାରୁ ୧୪,୯୫୦, ମହାରାଷ୍ଟ୍ରରୁ ୧୩,୮୪୦, ତାମିଲନାଡୁରୁ ୯,୯୧୬ ଓ ମଧ୍ୟପ୍ରଦେଶରୁ ୬,୫୧୬ ଜଣ ଆକ୍ରାନ୍ତ ରହିଛନ୍ତି। ମୋଟ ସକ୍ରିମିତଙ୍କ ମଧ୍ୟରୁ ଏହି ୫ ରାଜ୍ୟରୁ ୬୫.୫୭% ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ କେରଳରେ ୩୦.୨୩% ରୋଗୀ ରହିଛନ୍ତି।


Powered by Froala Editor