ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଗୁରୁତର। ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟରରେ ଚିକିତ୍ସା ଚାଲିଛି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି,ଲତାଜୀଙ୍କ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡିଛି। ତାଙ୍କୁ ତୁରନ୍ତ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ଟିମ୍ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହି ଖବର ବ୍ୟାପିବା ପରେ କୋଟି କୋଟି ଭାରତୀୟ ତାଙ୍କ ଆରୋଗ୍ୟ କାମନା ପ୍ରାର୍ଥନା ଆରମ୍ଭ କରିଛନ୍ତି।ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହେବା ଯୋଗୁ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଭେଣ୍ଟିଲେଟରେ ଥିଲେ, ହେଲେ କିଛିଦିନ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣା ଯାଇଥିଲା । ହେଲେ ଆଜି ସେ ପୁଣି ଗୁରୁତର ହୋଇପଡିଛନ୍ତି ।
Powered by Froala Editor
