ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ, କୋକିଳ କଣ୍ଠୀ ଲତା ମଙ୍ଗେସ୍କରଙ୍କ ପରଲୋକରେ ପୂରା ଦେଶ ଶୋକରେ। ୧୯୨୯ରେ ଜନ୍ମଗ୍ରହଣ କରିଥିବା ଲତା ଦେବୀଙ୍କ ପରଲୋକ ରବିବାର ସକାଳ ୮ଟା ୧୨ ମିନିଟ୍ରେ ହୋଇଥିବା ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦେଶରେ ଅନେକ ପିଢ଼ିଙ୍କ ଆଦରର ଲତା ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରିଚ୍କାଣ୍ଡି ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। କରୋନା ଓ ନିମୋନିଆକୁ ନେଇ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ରାଜନାଥ ସିଂହ ପ୍ରମୁଖ ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାସହିତ ଶୋକ ପ୍ରକାଶ କରିଛନ୍ତି। ଗତ ୨୯ ଦିନ ହେଲା ସେ ଅସୁସ୍ଥ ଥିଲେ। ୪ ଦିନ ତଳେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା କୁହାଯାଇଥିଲା। ହେଲେ କୌଣସି ଡାକ୍ତରୀ ପାଠ କାମ ଦେଇ ନଥିଲା। ଶେଷରେ ଭାରତ ସ୍ବର ସାମ୍ରାଜ୍ଞୀ ହରାଇଲେ। ୧୩ ବର୍ଷ ବୟସରେ ସଂଗୀତ ଗାନ କରିଥିବା ଲତାଜୀଙ୍କ ପ୍ରଥମ ଗୀତ ରେକର୍ଡିଂ ୧୯୪୨ରେ ଆରମ୍ଭ ହୋଇଥିଲା। ପ୍ରାୟ ୭ ଦଶନ୍ଧି ଧରି ସେ ସଂଗୀତ ଜଗତରେ ଛାଇ ରହିଥିଲେ। ପ୍ରାୟ ୩୦, ହଜାର ଗୀତରେ କଣ୍ଠଦାନ କରି ସେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।
Powered by Froala Editor
