ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ପରଲୋକରେ ପୂରା ଦେଶ ସ୍ତବ୍ଧ। ସମଗ୍ର ଦେଶରେ ସ୍ବରର ଲହରି ଖେଳି ଯାଇଛି। ତାଙ୍କ ସୁମଧୁର କଂଠରେ ସେ ୭୦ ବର୍ଷ ଧରି ସେ ଛାଇ ରହିଥିଲେ। ୧୩ ବର୍ଷରୁ କଣ୍ଠଦାନ କରିଥିବା ଲତା ଜୀ ପ୍ରାୟ ୩୦ ହଜାର ଗୀତରେ କଣ୍ଠଦାନ କରିଛନ୍ତି। ଲତା ମଙ୍ଗେସ୍କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ ମାଧ୍ୟମରେ ନିଜର ଶୋକବ୍ୟକ୍ତ କରି କହିଛନ୍ତି ଲତା ଦିଦି ଦେଶରେ ଏକ ଶୂନ୍ୟସ୍ଥାନ ଛାଡ଼ିଦେଲେ। ଏହା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସ୍ବର ସାମ୍ରାଜ୍ଞୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଏହା ସହିତ ହିନ୍ଦୀ ଚଳଚ୍ଚିତ୍ର ଜଗତର ସମସ୍ତ କଳାକାର ଟ୍ବିଟର୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରି କହିଛନ୍ତି ଲତା ଜୀଙ୍କ ପରଲୋକ ଦେଶ ପାଇଁବଡ଼ କ୍ଷତି। ପ୍ରସିଦ୍ଧ ଅଭିନେତ୍ରୀ ତଥା ସାଂସଦ ହେମା ମାଲିକ କହିଛନ୍ତି ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ। ଅପରାହ୍ଣ ୩ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
Powered by Froala Editor
