ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ପରଲୋକରେ ପୂରା ଦେଶ ସ୍ତବ୍ଧ। ସମଗ୍ର ଦେଶରେ ଶୋକର ଲହରି ଖେଳି ଯାଇଛି। ତାଙ୍କ ସୁମଧୁର କଂଠରେ ସେ ୭୦ ବର୍ଷ ଧରି ସେ ଛାଇ ରହିଥିଲେ। ତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ୧୩ ବର୍ଷରୁ କଣ୍ଠଦାନ କରିଥିବା ଲତା ଜୀ ପ୍ରାୟ ୩୦ ହଜାର ଗୀତରେ କଣ୍ଠଦାନ କରିଛନ୍ତି। ଲତା ମଙ୍ଗେସ୍କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ ମାଧ୍ୟମରେ ନିଜର ଶୋକବ୍ୟକ୍ତ କରି କହିଛନ୍ତି ଲତା ଦିଦି ଦେଶରେ ଏକ ଶୂନ୍ୟସ୍ଥାନ ଛାଡ଼ିଦେଲେ। ଏହା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସ୍ବର ସାମ୍ରାଜ୍ଞୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ସରସ୍ବତୀଙ୍କ ପୂଜାର ପରଦିନ ମା’ ତାଙ୍କୁ ପାଖକୁ ନେଇଗଲେ ବୋଲି ଅନେକ ଲତାପ୍ରେମୀ ତାଙ୍କୁ ସ୍ମରଣ କରି ପ୍ରକାଶ କରିଛନ୍ତି। ଶିବାଜୀ ପାର୍କରେ ଆଜି ଅପରାହ୍ଣରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
Powered by Froala Editor
