ଲୁଧିଆନା: ପୁଣିଥରେ ପଞ୍ଜାବରେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଚର୍ଚ୍ଚା ହୋଇଛି। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଲୁଧିଆନାରେ ଘଟିଛି। ଜଣେ କାର୍ୟ୍ୟକର୍ତ୍ତା ଜଣେ ଦଳୀୟ କର୍ମୀ ଫିଙ୍ଗିବାରୁ ତାହା ରହୁଲ୍ଙ୍କ ଉପରେ ପଡ଼ିଥିଲା। ରବିପାର ଘଟିଛି ଏହି ଘଟଣା। ୟୁଥ୍ କଂଗ୍ରେସର ଜଣେ କର୍ମକର୍ତ୍ତା ନଦିମ ଖାନ୍ ଏପରି କରିଥିବା ସୂଚନା ଦିଆଯାଛି। ରହୁଲ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାକୁ ଯାଇଥିବା ବେଳ ଘଟିଛି ଏହି ଘଟଣା। ସୂଚନାଯୋଗ୍ୟ ଯେ ଲୁଧିଆନାରେ କିଛିଦିନ ପୂର୍ବରୁ ବିସ୍ଫୋରଣ ହୋଇଥିଲା। ଅନ୍ୟପକ୍ଷରେ ଗତକାଲି ପତାକା ପରିବର୍ତ୍ତେ ଅନ୍ୟ କିଛି ପଡ଼ିଥିଲେ ପରିସ୍ଥିତି କ’ଣ ହୋଇଥାନ୍ତ ବୋଲି ଚର୍ଚ୍ଚା ହୋଇଛି। ରହୁଲଙ୍କ ସହିତ ଗତକାଲି ଚରଣଜିତ ସିଂହ ଚନ୍ନି, ନବଜିତ ସିଂହ ସିଦ୍ଧୁ ଥିଲେ। ପଞ୍ଜାବରେ ଏପରି ଭିଭିଆଇପିଙ୍କ ସୁରକ୍ଷାରେ ବାରମ୍ବାର ତ୍ରୁଟିକୁ ନେଇ ସମାଲୋଚନା କରାଯାଇଛି। କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏହାକୁ ନେଇ ସୁପ୍ରିମ୍ କୋର୍ଟରେ ମାମଲା ଚାଲିଛି। ଗତକାଲି ପୁଣି ଏପରି ପୁନରାବୃତ୍ତିକୁ ନେଇ ପଞ୍ଜାବ ସରକାର ସମାଲୋଚନାର ସରବ୍ୟ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ଦଳ ଏହାକୁ ସାଧାରଣ ବୋଲି କହିଛି। ଦଳୀୟ କର୍ମୀ ପରିବର୍ତ୍ତେ ଯଦି ଅନ୍ୟଜଣେ କେହି ଅପରାଧିକ ମାନସିକ ରଖିଥିବା ବ୍ୟକ୍ତି ହୋଇଥାନ୍ତେ ତେବେ କ’‘ଣ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
Powered by Froala Editor
