ଭୁବନେଶ୍ୱର: ପୌର ଭୋଟ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନ ଆଗାମୀ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ହେବ। ୧୦ ତାରିଖ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ଅନୁମତି ଦିଆଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୧୦ତାରିଖରେ ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ୱାର୍ଡୱାରୀ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। କୋଭିଡ୍ କଟକଣା ଯୋଗୁଁ ସବୁ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor
