ମିଲ୍କ ୟୁନିୟନ୍‌ ଡେପୁଟି ମ୍ୟାନେଜର ଭିଜିଲାନ୍‌ସ ଜାଲରେ

ମିଲ୍କ ୟୁନିୟନ୍‌ ଡେପୁଟି ମ୍ୟାନେଜର ଭିଜିଲାନ୍‌ସ ଜାଲରେ

ରାଜ୍ୟ ଖବର

ସମ୍ବଲପୁର: ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଗୁରୁବାର ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋରଙ୍କ ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା  ଘର, ପୁରୀ ସ୍ଥିତ ପୈତୃକ ଘର, ଭୁବନେଶ୍ୱରର ଥିବା ଆପାର୍ଟମେଣ୍ଟ୍ ଓ  ତାଙ୍କ କାର୍ୟ୍ୟାଳୟରେ  ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।

ଚଢ଼ଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ କରାଯାଇଥିବା ଜଣାଯାଇଛି।

ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ଭୋରରୁ କିଶୋରଙ୍କ ଘରେ ଚଢ଼ାଉ କରିଥିଲା।

ସମଲେଶ୍ୱରୀ ମିଲ୍କ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକ କହିଛନ୍ତି, ମୋର ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା ଘର ଓ ଭୁବନେଶ୍ୱରର ଥିବା ଆପାଟମେଣ୍ଟ୍ ମୁଁ ଲୋନରେ କରିଛି। ମୋର ଚାକିରି ୩୬ବର୍ଷ ହେଲାଣି।

Powered by Froala Editor