ତୃତୀୟ ଲହରରେ ଓଡ଼ିଶାରେ ୯୮% ଓମିକ୍ରନ୍‌ ଦ୍ବାରା ସଂକ୍ରମିତ

ତୃତୀୟ ଲହରରେ ଓଡ଼ିଶାରେ ୯୮% ଓମିକ୍ରନ୍‌ ଦ୍ବାରା ସଂକ୍ରମିତ

ରାଜ୍ୟ ଖବର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଉଛି। ଦ୍ବିତୀୟ ଲହରରେ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ ସୃଷ୍ଟି କରିଥିଲା। ତୃତୀୟ ଲହରରେ ଉଭୟ ଡେଲ୍‌ଟା ଓ ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ସଂକ୍ରମଣ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତେବେ ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ  ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା ।

ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୁନା ସଂଗ୍ରହ କରାଯାଇଥିଲା।  ଆଇଏଲ୍ଏସ୍ ପକ୍ଷରୁ ଏହି ସବୁ ନମୁନାର  ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୁନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଗଞ୍ଜାମ ଜିଲ୍ଲାରେ ୪୭ଟି ନମୁନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୁନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛି। ଅବଶିଷ୍ଟ ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି । ସେହିପରି କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।


Powered by Froala Editor