ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ପରଲୋକ

ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ପରଲୋକ

ରାଜ୍ୟ ଖବର

ଯାଜପୁର: ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା ଆଉ ନାହାନ୍ତି। ଶୁକ୍ରବାର ରାତିରେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଶ୍ରୀ ପଣ୍ଡା ୧୯୮୦ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇ ବିଧାୟକ ହୋଇଥିଲେ, ତେବେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଶୋକ ପ୍ରକାଶ କରିଛନ୍ତି।

Powered by Froala Editor